Swaroop Chandra Mishra’s biography, net worth, fact, career, awards and life story

Intro Member of Parliament, Kenya
Is Politician 
From Kenya 
Type Politics 
Gender male
Birth 18 January 1965, Jagatsinghpur district, India
Age: 55 years
Star sign Capricorn

ସ୍ୱରୂପ ରଞ୍ଜନ ମିଶ୍ର, ପୂର୍ବ ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ରହୁଥିବା ଜଣେ ଓଡ଼ିଆ ଡାକ୍ତର । ୨୦୧୭ ମସିହାରେ ସେ କେନିଆର ସଂସଦକୁ ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ।

ବାଲ୍ୟଜୀବନ ଓ ଶିକ୍ଷା

ସ୍ୱରୂପ ରଞ୍ଜନ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଞ୍ଚପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଧିରେନ୍ଦ୍ରନାଥ ମିଶ୍ର । ସ୍ୱରୂପ ନିଜ ପ୍ରାଥମିକ ଶିକ୍ଷା ଗ୍ରାମ ବିଦ୍ୟାଳୟରୁ ଓ ହାଇସ୍କୁଲ ଶିକ୍ଷା କଟକର ରେଭେନ୍‌ସା କଲିଜିଏଟ ସ୍କୁଲରୁ ହାସଲ କରିଥିଲେ । ୧୯୯୧ ମସିହାରେ ବ୍ରହ୍ମପୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ସେ ଡାକ୍ତରୀ ପାଠ ସାରିଥିଲେ । ୧୯୯୪ ମସିହାରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୨୦୦୨ ମସିହାରେ ଜର୍ମାନୀରୁ ଡିଏମ୍ ଡିଗ୍ରୀ ହାସଲ କରିଥିଲେ ।

କର୍ମଜୀବନ

୧୯୯୫ ମସିହାରୁ ସ୍ୱରୂପ ମୁମ୍ବାଇର ହିନ୍ଦୁଜା ହାସପତାଲରେ କାମ କରିବା ଆରମ୍ଭ କରିଥିଲେ । ୧୯୯୭ ମସିହାରେ ସ୍ୱରୂପ ନିଜ ଡାକ୍ତର ପତ୍ନୀ ପଲ୍ଲବୀଙ୍କ ସହ କେନିଆ ଚାଲିଯାଇଥିଲେ ଓ ସେଠାର ନାଗରିକତ୍ୱ ହାସଲ କରିଥିଲେ । ବହୁବର୍ଷ ପର୍ଯ୍ୟନ୍ତ ଡାକ୍ତରୀ ପାଠ ଶିକ୍ଷାଦାନ କରିବା ପରେ, ୨୦୦୪ ମସିହାରେ “ମେଡ଼ିହିଲ ହସପିଟାଲ” ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ସେ “ମୋଇ ୟୁନିଭର୍ସିଟି କଲେଜ୍ ଅଫ୍ ମେଡ଼ିସିନ୍”ରେ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।

ସମାଜସେବା ଓ ରାଜନୀତି

କେନିଆରେ ନିଜ ଅବସ୍ଥାନ ଆରମ୍ଭରୁ ସ୍ୱରୂପ ରଞ୍ଜନ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି । ଇତିମଧ୍ୟରେ ସେ ନିଜ ମେଡ଼ିହିଲ ହସପିଟାଲର ୪ଟି ଶାଖା ଖୋଲି ସାରିଛନ୍ତି । ତାଙ୍କ ଉଦ୍ୟମରେ ୫ଟି ପ୍ରାଥମିକ ଓ ୪ଟି ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି । ୨୦୧୭ ମସିହାରେ ସେ “କେସେସ୍” ନିର୍ବାଚନ ମଣ୍ଡଳୀରୁ “ଜୁବୁଲି ପାର୍ଟିର” ପାର୍ଥୀ ଭାବରେ ନିର୍ବାଚନ ଜିତି, କେନିଆ ସଂସଦ “କେନିଆ ନେସନାଲା ଆସେମ୍ବ୍ଲି”କୁ ନିର୍ବାଚିତ ହୋଇଛନ୍ତି ।

ଉପାଧୀ

କେନିଆର ଜନସାଧାରଣା ସ୍ୱରୂପଙ୍କୁ କିପ୍ରୁପ(Kiprop arap Chelule) ଉପାଧୀରେ ଭୂଷିତ କରିଛନ୍ତି । କିପ୍ରୁପ(Kiprop)ର ଅର୍ଥ ବର୍ଷା ସମୟରେ ଜନ୍ମିଥିବା ବ୍ୟକ୍ତି । ଚେଲୁଲେ(Chelule) ଅର୍ଥ ବାହାରୁ ଆସି ନିଜର ହୋଇଯାଇଥିବା ବ୍ୟକ୍ତି ।

ଆଧାର

You May Also Like